ପୋଷ୍ଟର ମାଧ୍ୟମରେ କଳାହାଣ୍ଡି ଆରଟିଓଙ୍କୁ ଚେତାବନୀ ଦେଲେ ମାଓବାଦୀ, ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରତ୍ୟେକ ପଞ୍ଚାୟତରେ କ୍ୟାମ୍ପ ଖୋଲିବାକୁ ଦାବି

କଳାହାଣ୍ଡି : କଳାହାଣ୍ଡି ଲାଞ୍ଜିଗଡ ବ୍ଲକରେ ମାଓ ପୋଷ୍ଟର ଓ ବ୍ୟାନର । ବେନ ଗାଁ, ଦମା ଘାଟି ଓ ବିଜେପୁର ୩ଟି ଜାଗାରେ ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ମାଓ ପୋଷ୍ଟର ମାଧ୍ୟମରେ କଳାହାଣ୍ଡି ଆରଟିଓଙ୍କୁ ଚେତାବନୀ ଦିଆଯାଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନେକ ବ୍ୟକ୍ତିଙ୍କୁ ହଇରାଣ କରାଯାଉଛି । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଆରଟିଓ କ୍ୟାମ୍ପ ଖୋଲିବାକୁ ଦାବି ହୋଇଛି । ଲାଞ୍ଜିଗଡ଼ ବେନଗାଁ ପ୍ରଧାନମନ୍ତ୍ରୀଙ୍କ ଗ୍ରାମ୍ୟ ସଡକ ଯୋଜନାର ରାସ୍ତାକୁ ବନ୍ଦ କରିବା ସହ କିଛି ମାଓ ବିରୋଧୀ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.