ପୋଲାଭରମ ପ୍ରକଳ୍ପକୁ ମାଓ ସଂଗଠନର ବିରୋଧ

ମାଲକାନଗିରି : ଆନ୍ଧ୍ର ସରାକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପକୁ ମାଓ ସଂଗଠନର ବିରୋଧ। ଆସନ୍ତା ୨୦ ତାରିଖରେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି, କୋରାପୁଟ ବିଶାଖା ସୀମାନ୍ତ ଡିଭିଜନ କମିଟି ବା ଏମକେଭିବି। ଗରିବ, ଅବହେଳିତ, ଆଦିବାସୀଙ୍କୁ ବିସ୍ଥାପିତ କରି ଶାସକ, ଉଚ୍ଚବର୍ଗ ଓ ପୁଞ୍ଜିପତିଙ୍କ ଲାଭ ପାଇଁ କରାଯାଉଥିବା ପୋଲାଭରମ ପ୍ରକଳ୍ପକୁ ମାଓ ସଂଗଠନ ବିରୋଧ କରିଛି।

polabaramଏ ନେଇ ମାଓ ସଂଗଠନ ଏମକେଭିବି ସମ୍ପାଦକ ବେଣୁ ପ୍ରେସ ବିବୃତି ଜାରି କରିଛନ୍ତି। ପ୍ରକଳ୍ପ ବିସ୍ଥାପିତଙ୍କୁ ବନ୍ଦରେ ସାମିଲ ପାଇଁ ଆହ୍ଵାନ ଦିଆଯାଇଛି। ଜମି, ଜଙ୍ଗଲ, ପାଣି, ଗରିବ, ଅବହେଳିତ ଓ ଆଦିବାସୀଙ୍କ ହକ୍ ଓ ଅଧିକାର ପାଇଁ ମାଓ ସଂଗଠନ ଲଢେଇ ଜାରି ରଖିବ ବୋଲି କୁହାଯାଇଛି। ବନ୍ଦକୁ ସଫଳ କରିବା ଲାଗି ଚିଠିରେ ଆହ୍ଵାନ ଦିଆଯାଇଛି ।

Leave A Reply

Your email address will not be published.