ନୂଆପଡ଼ା ଜିଲ୍ଲା ଏସ୍ପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା (କେନ୍ଯୁଜ୍) : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ନୂଆପଡ଼ା ଜିଲ୍ଲା ଏସ୍ପିଙ୍କ ନିକଟରେ କ୍ୟାଡର ମହିଳା ମାଓବାଦୀ ଡାଲମତି ପହଁରିଆ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ କାର୍ଯ୍ୟକଳାପରେ ସେ ବିତସ୍ୃହ ହୋଇ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି। ସେ ମେନପୁର-ନୂଆପଡ଼ା ମାଓବାଦୀ ଡିଭିଜନରେ ଜଣେ କ୍ୟାଡର ମାଓବାଦୀ ଭାବେ କାମ କରୁଥିଲେ। ତାଙ୍କ ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସରକାରୀ ନିୟମ ଅନୁଯାୟୀ ଡାଲମତିଙ୍କୁ ଥଇଥାନ କରାଯିବ ବୋଲି ଏସ୍ପି କହିଛନ୍ତି ।