ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ୪ଟି ଗାଡ଼ିକୁ ଜାଳିଦେଲେ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ବଡ଼ଧରଣ ମାଓ ହିଂସା । ୫ଶହରୁ ଅଧିକ ନକ୍ସଲଙ୍କ ଅତର୍କିତ ଆକ୍ରମଣ । ନାରାୟଣପୁର ଜିଲ୍ଲା ଆମ୍‌ଦାଇ ଘାଟି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୪ଟି ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ । ସକାଳ ପ୍ରାୟ ୧୦ଟା ବେଳେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବହୁ ସଂଖ୍ୟାରେ ନକ୍ସଲ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ୪ଟି ଗାଡ଼ିରେ ନିଆଁ ଲଗାଇବା ସହ ଅନେକ ଶ୍ରମିକଙ୍କୁ ମାରପିଟ କରିଥିଲେ ।

mao1

ଖବର ପାଇ ସୁରକ୍ଷାକର୍ମୀ ପହଞ୍ଚି ନକ୍ସଲଙ୍କ ମୁକାବିଲା କରିଥିଲେ। ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା କହିଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି.। ଘଟଣା ପରଠାରୁ କିଛି ଶ୍ରମିକଙ୍କ ପତ୍ତା ମିଳୁନଥିବାରୁ ସେମାନଙ୍କୁ ମାଓବାଦୀ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ପତ୍ତା ମିଳୁନଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ପଠାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.