ରକ୍ତମୁଖା ଲାଲ୍‌ବାହିନୀ: ଏକାଧିକ ଜାଗାରେ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ଖଞ୍ଜିଛନ୍ତି ଲ୍ୟାଣ୍ଡମାଇନ୍‌ !

ମାଲକାନଗିରି(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ରକ୍ତମୁଖା ହୋଇପଡିଛନ୍ତି ଲାଲ୍‌ବାହିନୀ। ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି କେକେବିଏନ୍‌ ସଙ୍ଗଠନ। ୫ ଦିନ ଭିତରେ ଜୀବନ ନେଲେଣି ଜଣେ ସାମ୍ବାଦିକ ଓ ଜଣେ ସାଧାରଣ ଯୁବକଙ୍କର। ଆଗକୁ ଆହୁରି ଅଘଟଣ ଘଟିବା ଆଶଙ୍କା ରହିଛି।

KKBN ଡିଭିଜନ ଏକାଧିକ ଜାଗାରେ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କେଉଁଠି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କଲେଣି ତ ଆଉ କେଉଁଠି ରାସ୍ତା କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେଣି। ରକ୍ତମୁଖା ହୋଇପ଼ଡିଥିବା ମାଓବାଦୀ ଏଥର ସୁରକ୍ଷାକର୍ମୀ ନୁହଁନ୍ତି ବରଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନିଜର ଉପସ୍ଥିତି ଜାହିର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.