ସୁରକ୍ଷାକର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ ,୨ କୋବ୍ରା ଯବାନ ଆହତ
ମାଲକାନଗିରି: ଯବାନ- ନକ୍ସଲ ଗୁଳି ବିନିମୟ । ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ – ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ। CRPFର 206 କୋବ୍ରା ବାଟାଲିୟନ ଉପରେ ମାଓବାଦୀଙ୍କ ଆଖିବୁଜା ଗୁଳି ବର୍ଷା।ମାଓବାଦୀ ଗୁଳିରେ ଦୁଇ ଯବାନ ଗୁରୁତର। ଯବାନଙ୍କୁ ଚିକିତ୍ସା ପାଇଁ ଜଗଡଲପୁର ମେଡିକାଲ ପଠାଯାଇଛି ।
ଅନ୍ୟପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ଭାସ୍କରଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।ଭାସ୍କର ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ। ଏଥିସହ ଭାସ୍କରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି। ଭାସ୍କରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗତକାଲି ପୋଲିସ ଭାସ୍କରଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି । ଛତିଶଗଡ କାଙ୍କେର ଜିଲ୍ଲାରେ ହାଡକୋର ମାଓବାଦୀଙ୍କୁ ଗିରଫ କରିଛି ପୋଲିସ ।