ଓଡ଼ିଶା-ଝାଡଖଣ୍ଡ ସୀମା ସୋନୁଆ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନ ଉଡାଇଲେ ମାଓବାଦୀ

ରାଉଲକେଲା: ଟ୍ରେନ୍‌ ଲାଇନ ଉଡାଇଲେ ମାଓବାଦୀ। ଝାଡ଼ଖଣ୍ଡର ଚକ୍ରଧରପୁର ରେଳବାଇ ଡିଭିଜନର ଲୋଟାପାହାଡ଼ ଷ୍ଟେସନ ନିକଟରେ ବିସ୍ଫୋରଣ। ଓଡ଼ିଶା-ଝାଡଖଣ୍ଡ ସୀମା ସୋନୁଆ ଷ୍ଟେସନ ନିକଟରେ ବିସ୍ଫୋରଣରେ ଟ୍ରେନ୍‌ ଲାଇନ୍‌ ଛିନ୍‌ଛତ୍ର ହୋଇଯାଇଛି। ଗତକାଲି ରାତିରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି।

ବିସ୍ଫୋରଣ ୟୋଗୁଂ ହାଓ୍ଵଡା-ମୁମ୍ବାଇ ମୁଖ୍ୟ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ପାଇଁ ଉଦ୍ୟମ ଜାରି ରଖିଛନ୍ତି। କୃଷି ଆନ୍ଦୋଳନକୁ ସମର୍ଥନ କରି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ତେଣୁ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.