ମାଲକାନାଗିରି: ପୁଣି ମାତିଲେ ଲାଲ୍‌ବାହିନୀ, ଜାଳି ଦେଲେ ୧୦ ଗାଡି

ମାଲକାନାଗିରି: ପୁଣି ମାତିଲେ ଲାଲ୍‌ବାହିନୀ । ସୀମାନ୍ତରେ ଜାଳିଦେଇଛନ୍ତି ୧୦ ଗାଡି। ମାଲକାନଗାରି ସୀମାନ୍ତ ପୂର୍ବ ଗୋଦବରି ଜିଲ୍ଲାର ଚିଣ୍ଟୁର ମାଣ୍ଡଲମ ଜଙ୍ଗଲ ପରିସରରେ ରାସ୍ତା କାମକୁ ବିରୋଧ କରି ଏହି ମାଓବାଦୀ ମାନେ ‌ତାଣ୍ଡବ କରିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଲାଲବାହିନୀ ଜିଲ୍ଲାର ଭିତର ଭାଗରେ ଚାଲିଥିବା ରାସ୍ତା ଓ ବ୍ରିଜ ନିର୍ମାଣ କାମରେ ନିୟୋଜିତ ଥିବା ୨ଟି ଟ୍ରାକ୍ଟର, ୨ଟି ଜେସିବି, ଟିପ୍ପର ଏବଂ ହାଇୱାକୁ ଜାଳିଦେଇଛନ୍ତି । ଘଟଣା ପରେ ଜଙ୍ଗଲରେ ପୋଲିସ ତରଫରୁ ଜିଲ୍ଲାରେ ଜୋରଦାର କମ୍ବିଂ ଅପରେସନ ଜାରି ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.