ପୁଣି ମାଓବାଦୀଙ୍କ ଲଙ୍କାକଣ୍ଡ, ଗୋଟିଏ ଦିନରେ ୫ଟି ଗାଡି ଜାଳିଦେଲେ ଲାଲବାହିନୀ

ପୁଣି ମାଓବାଦୀ ଙ୍କ ବଡ଼ ଧରଣର ଲଙ୍କାକଣ୍ଡ। ଛତିଶଗଡ଼ ସୁକମାରେ ଗୋଟିଏ ଦିନରେ ୫ଟି ଗାଡି ଜାଳିଦେଲେ ଲାଲବାହିନୀ। ଗୋଟିଏ ଯାତ୍ରୀବାହୀ ବସ ସମେତ ୫ଟି ଗାଡି ଜାଳି ଦେଇଛନ୍ତି । ସୁକମା ଜିଲ୍ଲାର ଫତିଗୁଡାରେ ଚାରୋଟି ଗାଡି ଜାଳି ଦେଇଥିବା ବେଳେ ବିଜାପୁର ଭୈରମଗଡ଼ରେ ଏକ ପିକଅପ ଭ୍ୟାନ ଜାଳି ଦେଇଛନ୍ତି।

ମାଲକାନଗିରି (କେନ୍ୟୁଜ) : ପୁଣି ମାଓବାଦୀ ଙ୍କ ବଡ଼ ଧରଣର ଲଙ୍କାକଣ୍ଡ। ଛତିଶଗଡ଼ ସୁକମାରେ ଗୋଟିଏ ଦିନରେ ୫ଟି ଗାଡି ଜାଳିଦେଲେ ଲାଲବାହିନୀ। ଗୋଟିଏ ଯାତ୍ରୀବାହୀ ବସ ସମେତ ୫ଟି ଗାଡି ଜାଳି ଦେଇଛନ୍ତି । ସୁକମା ଜିଲ୍ଲାର ଫତିଗୁଡାରେ ଚାରୋଟି ଗାଡି ଜାଳି ଦେଇଥିବା ବେଳେ ବିଜାପୁର ଭୈରମଗଡ଼ରେ ଏକ ପିକଅପ ଭ୍ୟାନ ଜାଳି ଦେଇଛନ୍ତି।

ସେପଟେ ଦନ୍ତେୱାଡାରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ମାଓବାଦୀ ଭୟରେ ବସ୍ତର ଅଞ୍ଚଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.