ମାଲକାନଗିରି ସୀମାନ୍ତ ବିଶାଖାପାଟଣା ଚିନ୍ତାଗାର୍ଭୁ ଗାଁରେ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲା ଲାଲ୍‌ବାହିନୀ

ମାଲକାନଗିରି: ଗାଁ ମୁଣ୍ଡରେ ନକ୍ସଲଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲା ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଶାଖାପାଟଣା ଜିଲ୍ଲା ଚିନ୍ତାଗାର୍ଭୁ ଗାଁରେ ଘଟିଛି ଏହି ବର୍ବରକାଣ୍ଡ। ମୃତକଙ୍କ ନାଁ ସତିସ ବାବୁ।

ଗତକାଲି ରାତିରେ ୧୫ରୁ ୨୦ଜଣ ଶସସ୍ତ୍ର ମାଓବାଦୀ ସତିଶଙ୍କୁ ଘରୁ ଡାକିନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରେ ମାଓବାଦୀମାନେ ଏକ ଚିଠି ଛାଡି ଯାଇଛନ୍ତି।

ପୋଲିସକୁ ଯିଏ ସୂଚନା ଦେବ ତାକୁ ବି ଅଭଳି ହତ୍ୟା କରାଯିବ ବୋଲି ମାଓବାଦୀମାନେ ଧମକ ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କରୁକୋଣ୍ଡା ମାଓ ସଙ୍ଗଠନର ହାତ ଥିବା ଜଣାପଡିଛି। ଘଟମା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.