କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ସୁକ୍‌ମା ଜିଲ୍ଲାରେ ସଶସ୍ତ୍ର ମାଓବାଦୀଙ୍କ ବିରାଟ ମେଳି

ଶତାଧିକ ମାଓବାଦୀଙ୍କ ରାଲି । ରାଲିରେ ସାମିଲ ହୋଇଛନ୍ତି ଅନେକ ଟପ୍‌ କ୍ୟାଡ଼ର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ସଶସ୍ତ୍ର ମାଓବାଦୀଙ୍କ ବିରାଟ ମେଳି । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ମାଓବାଦୀମାନେ ମେଳି କରିଛନ୍ତି। ହାତରେ ଅତ୍ୟାଧୁନିକ ବନ୍ଧୁକ ସହ ଶତାଧିକ ମାଓବାଦୀ ଏକାଠି ହୋଇଛନ୍ତି ।

 ମାଲକାନଗିରି(କେନ୍ୟୁଜ): ଶତାଧିକ ମାଓବାଦୀଙ୍କ ରାଲି । ରାଲିରେ ସାମିଲ ହୋଇଛନ୍ତି ଅନେକ ଟପ୍‌ କ୍ୟାଡ଼ର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ସଶସ୍ତ୍ର ମାଓବାଦୀଙ୍କ ବିରାଟ ମେଳି । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ମାଓବାଦୀମାନେ ମେଳି କରିଛନ୍ତି। ହାତରେ ଅତ୍ୟାଧୁନିକ ବନ୍ଧୁକ ସହ ଶତାଧିକ ମାଓବାଦୀ ଏକାଠି ହୋଇଛନ୍ତି ।

ମାଓବାଦୀଙ୍କ ଗଣନାଟ୍ୟ ମଣ୍ଡଳୀ ନାଚ ଗୀତ ବାଜାର ତାଳେ ତାଳେ ଶତାଧିକ ମାଓ ସମର୍ଥକ ରାଲିରେ ବାହାରିଛନ୍ତି। ଆଦିବାସୀଙ୍କ ନାଁ ରେ ପୁଞ୍ଜିପତି ଲୁଟ୍‌ କରୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ସହାୟତା କରୁଥିବା ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଶତାଧିକ ମାଓବାଦୀ ଓ ସମର୍ଥକ ସୁକ୍‌ମା ଜିଲ୍ଲାର ଏତରାଜ ପାହାଡ଼ ନିକଟରେ ଏଭଳି ବିରୋଧ କରିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.