ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ରୁ ଅଧିକ ଗାଡି ଜାଳି ଦେବା ସହିତ ସୁପରଭାଇଜରଙ୍କୁ କଲେ ଅପହରଣ

ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଗାଡି ଜାଳିଦେବା ପରେ ସୁପରଭାଇଜରଙ୍କୁ ଅପହରଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି ।

ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡି ଜାଳିଦେଇଛନ୍ତି ମାଓବାଦୀ । ସମସ୍ତ ଗାଡି ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ଥିଲା । ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ସୁପରଭାଇଜରଙ୍କୁ ମାଓବାଦୀ ଅପହରଣ କରିନେଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.