କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅନ୍ତିମ ଦିନରେ ଜୋରଦାର ପ୍ରଚାର

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅନ୍ତିମ ଦିନରେ ଜୋରଦାର ପ୍ରଚାର । ଜି ଉଦୟଗିରି ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଏକ ବ୍ଲେସିଂସ ପ୍ରେୟାର କରାଯାଇଛି ।

କନ୍ଧମାଳ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅନ୍ତିମ ଦିନରେ ଜୋରଦାର ପ୍ରଚାର । ଜି ଉଦୟଗିରି ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଏକ ବ୍ଲେସିଂସ ପ୍ରେୟାର କରାଯାଇଛି । ଏହି ସଭାରେ ବିଭିନ୍ନ ଚର୍ଚ୍ଚର ପାଷ୍ଟର ଓ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଯୋଗ ଦେଇଥିଲେ ।

ଏହି ଅବସରରେ ଉପସ୍ଥିତ ଭୋଟରଙ୍କୁ ଉଦବୋଧନ ଦେଇ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ କହିଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ରାଜ୍ୟର ଉନ୍ନତି ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରିଥିଲେ ।

ଆହୁରି ମଧ୍ୟ କହିଥିଲେ ମୁଁ ପିଲାବେଳୁ ବାପାଙ୍କୁ ହରାଇଛି । ସାତ ଭାଇ ଭଉଣୀ ଦୁଇ ଦିନରେ ଦୁଇ ପଟ ରୁଟି ଖାଇବାକୁ ପାଉ ନଥିଲୁ । ଗରିବଙ୍କ ସେବା କରିବା ପାଇଁ ମୁଁ ନିଜକୁ ସମର୍ପିତ କରି ଦେଇଛି । ବିଶ୍ୱରେ ଏକମାତ୍ର ସାଂସଦ ଯିଏ କି ନିଜ ଉଦ୍ୟମରେ ନିଜର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭ଟି ମଲ୍ଟି ସ୍ପେସିଆଲ ହସ୍ପିଟାଲ କରିବାରେ ସକ୍ଷମ ହୋଇଛି ।

କନ୍ଧମାଳ ଜିଲ୍ଲାରେ ଦାରିଦ୍ର୍ୟ ଦୂର କରିବା ପାଇଁ ୨୦୧୯ ମୁଁ ସ୍ଲୋଗାନ ଦେଇଥିଲି। କୋଭିଡ ସତ୍ତ୍ୱେ ଦୁଇଟି ନିଯୁକ୍ତି ମେଳା କରିବାରେ ସକ୍ଷମ ହୋଇଛି। ୩ ମାସ ତଳେ କରିଥିବା ନିଯୁକ୍ତି ମେଳାରେ ଗୋଟିଏ ଦିନରେ ୧୦ ହଜାର ନିଯୁକ୍ତି ଦେବା ସମ୍ଭବ ହୋଇଛି। ନଥିବା ଲୋକଙ୍କୁ ଦେବା ପାଇଁ ମୁଁ ଆର୍ଟ ଅଫ ଗିଭିଂ କରିଛି ।

ମୁଖ୍ୟମନ୍ତ୍ରୀ ଓଡ଼ିଶାର ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ସେହି ଯୋଜନାର ସୁଯୋଗ କନ୍ଧମାଳବାସୀ ନେବା ଉଚିତ । ଏହି ଅବସରରେ ଉଭୟ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେବାକୁ ଡ. ଅଚ୍ୟୁତ ସାମନ୍ତ ନିବେଦନ କରିଥିଲେ ।

Leave A Reply

Your email address will not be published.