ରାଜଧାନୀରେ ନିଶା କାରବାର ନେଇ ବ୍ୟାପକ ଚଢାଉ, ଗଞ୍ଜେଇ ସିଗାରେଟ ଜବତ, ୫ ଗିରଫ

ଭୁବନେଶ୍ବର : ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାଜଧାନୀରେ ନିଶା କାରବାର ନେଇ ବ୍ୟାପକ ଚଢାଉ । ବେଆଇନ ଗଞ୍ଜେଇ ସିଗାରେଟ ଜବତ, ୫ ଗିରଫ । ଭୁବନେଶ୍ବରର ତିନୋଟି ପୋଲିସ ଷ୍ଟେସନର ୫ଟି ସ୍ଥାନରେ ସ୍ପେଶାଲ୍ କ୍ରାଇମ୍ ୟୁନିଟର ଚଢ଼ାଉ କରିଥିଲା । ଚଢାଉ ବେଳେ ବିକ୍ରି ହେଉଥିବା ବେଆଇନ ଗଞ୍ଜେଇ ସିଗାରେଟକୁ ଜବତ କରିଛି ପୋଲିସ । ଘଟଣାରେ ୫ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ । ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଓମ୍ ଫେଡ ପାର୍ଲର, ପାନ ଦୋକାନ ଉପରେ ରେଡ୍।
ସେହିପରି ଶାସ୍ତ୍ରୀ ନଗର ଟ୍ରାଫିକ ଛକରେ ଦେଶୀ ମଦ ତିଆରି ୟୁନିଟ ଉପରେ ଚଢ଼ାଉ । ବ୍ୟାପକ ବେଆଇନ ମଦ ନଷ୍ଟ କରିଛି ପୋଲିସ । ପ୍ରଥମେ ଜୟଦେବ ବିହାରର ଓମଫେଡ ପାର୍ଲର ଉପରେ ଚଢ଼ାଉ । ପାର୍ଲରର ପଛପଟେ ରହୁଥିଲା ଗଞ୍ଜେଇ ସିଗାରେଟ । ଯୁବବର୍ଗ ଏଠାରୁ ଗଞ୍ଜେଇ ସିଗାରେଟ କିନୁଥିଲେ। ଖବର ପାଇ ଟିମ୍ ରେଡ କରି ବ୍ୟାପକ ପରିମାଣରେ ଜବତ କରିଛି ସିଗାରେଟ। ରାଜଧାନୀର ତିନୋଟି ଥାନାର ପାଞ୍ଚୋଟି ସ୍ଥାନରେ ଚଢାଉ କରାଯାଇଛି। ସନ୍ଧନୀ କୁକୁର ସହାୟତାରେ ଗଞ୍ଜେଇ ଠାବ କରି ତାକୁ ଜବତ କରୁଛି ପୋଲିସ । ଏଥିରେ ପାଞ୍ଚ ଜଣ ଗିରଫ ହୋଇଛନ୍ତି।
ସେହିପରି ଆଚାର୍ଯ୍ୟ ବିହାରର ଏକ ପାନ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ଘର ଭିତରେ ତିଆରି ହେଉଥିଲା ଏହି ଗଞ୍ଜେଇ ସିଗାରେଟ । ଗଞ୍ଜେଇ ବେପାରୀଙ୍କ ଠାରୁ ଗଞ୍ଜେଇ ଆଣି ସିଗାରେଟ ପ୍ରସ୍ତୁତ କରୁଥଲେ ଏହି ପରିବାର। ରାଜଧାନୀରେ ନିଶା କାରବାର ବ୍ୟାପକ ହେଇଚି । ଗଲି କନ୍ଦିରେ ମିଳୁଚି ଗଞ୍ଜେଇ ସିଗାରେଟ । ଆଗକୁ ଏହି ଅଭିଯାନକୁ ଜୋରଦାର କରାଯିବ । ରାଜଧାନୀରେ ନିଶା କାରବାର ବ୍ୟାପକ ହେଇଚି । ଗଳିକନ୍ଦିରେ ମିଳୁଚି ଗଞ୍ଜେଇ ସିଗାରେଟ। ଆଗକୁ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।