ଭୁବନେଶ୍ୱର ବିମାନ ବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ୍
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରରୁ ବଡ଼ ଧରଣର ମେରିଜୁଅନା ଜବତ ହୋଇଛି । ୯ କେଜି ୫୨୪ ଗ୍ରାମ ମାରିଜୁଆନା ଜବତ କରିଛି କଷ୍ଟମସ ବିଭାଗ । ୨ ମହିଳାଙ୍କୁ ଗିରଫ କରି କଷ୍ଟମ ବିଭାଗ ପକ୍ଷରୁ ପଚରାଉଚରା ଚାଲିଛି । ଜବତ ମାରିଜୁଆନାର ମୂଲ୍ୟ ୧୦ କୋଟି ଟଙ୍କା ହେବ । ୧୯ ପ୍ୟାକେଟ୍ ରେ ଜବତ ମାରିଜୁଆନା ଥିଲା । ଗିରଫ ମହିଳା କ୍ବାଲାଲାମପୁରୁ ଆସୁଥିଲେ ।