ରାଜଧାନୀରେ ଏକ କୋଟି ମୂଲ୍ୟର ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ, ୨ ଗିରଫ

ଭୁବନେଶ୍ବର : ରାଜଧାନୀରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ। ଖଣ୍ଡଗିରି ଅଞ୍ଚଳରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କଲା କମିଶନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ଟ୍ରକଟି ଫୁଲବାଣୀରୁ ହିମାଚଳ ଯାଉଥିଲା । ଏନେଇ ସୂଚନାପାଇ ଡିଲ୍ ଚାଲିଥିବା ବେଳେ କମିଶନରେଟ ପୋଲିସ ଗାଡିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।