ଆସନ୍ତା ୩ରୁ ୧୮ତାରିଖ ଯାଏଁ ଅପରାହ୍ନ ୨ଟା ପରେ ଦୋକାନ ବଜାର ବନ୍ଦ

କଟକ (କେନ୍ୟୁଜ) : ଆସନ୍ତା ୩ ତାରିଖରୁ କଟକର ସମସ୍ତ ଦୋକାନ ବଜାର ଅପରାହ୍ନ ୨ଟା ପରେ ବନ୍ଦ। ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କଟକରେ ସଂକ୍ରମଣ ରୋକିବାକୁ ଏଭଳି ବଡ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବ୍ୟବସାୟୀ ସଂଘ ଓ ପୂଜା କମିଟି ତରଫରୁ ଏଭଳି ପ୍ରସ୍ତାବ ଆସିବା ପରେ ପ୍ରଶାସନ ମଧ୍ୟ ଏଥିରେ ସହମତ ପ୍ରକାଶ କରିଛି । ଏ ନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

କେବଳ ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ। ଏହି ନିଷ୍ପତ୍ତି ଆସନ୍ତା ୩ ତାରିଖରୁ ୧୮ ତାରିଖ ଯାଏଁ ବଳବତ୍ତର ରହିବ ବୋଲି କହିଛନ୍ତି ସିଏମସି କମିଶନର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.