ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ଉଠା ଦୋକାନୀଙ୍କୁ ବିରୋଧ କରି କାଲି BMC ଅଫିସ ଘେରିବ ସଙ୍ଘ

ଭୁବନେଶ୍ବର(କେନ୍ୟୁଜ୍): ଜିଦ୍ରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ବୈଠକ ପରେ ବି ବହାରିପାରିଲାନି ନିଷ୍କର୍ସ । ଖୋଲିନି ମାର୍କେଟ ବିଲ୍ଡିଂ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ଲିଖିତ ପ୍ରତିଶୃତି ନ ମିଳିବା ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ । ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ସଭାପତି ପ୍ରଦୁମ୍ନ ଜେନା । ମାର୍କେଟ ବିଲ୍ଡିଂ ବିବାଦ ନେଇ କାଲି ମଧ୍ୟାହ୍ନରେ ବୈଠକ ବସିଥିଲା । ପରେ ସନ୍ଧ୍ୟାରେ ବିଏମ୍ସି ପକ୍ଷରୁ ଡାକବାଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରାଯାଇଛି ।
ତଥାପି ଲିଖିତ ପ୍ରତିଶୃତି ପାଇଁ ଅଡି ବସିଛନ୍ତି ବ୍ୟବସାୟୀ । ଉଠାଦୋକାନୀଙ୍କୁ ବିରୋଧ କରି ସଂଘ ନିଷ୍ପତ୍ତି ନେଇଛି । ଉଠା ଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର୍ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଯଦି BMC ଲିଖିତ ଭାବେ ନଦିଏ ଆସନ୍ତାକାଲି BMC ଅଫିସ ଘେରାଉ କରିବ ବୋଲି ସଂଘ କହିଛି ।