ପକ୍କା ଦୋକାନ ଗୃହ ନିର୍ମାଣ ନେଇ ଶିଳାନ୍ୟାସ ହୋଇଛି,ବର୍ଷେ ପରେ ବି ଆରମ୍ଭ ହୋଇନାହିଁ ନିର୍ମାଣ କାର୍ଯ୍ୟ

ଭଦ୍ରକ : ଉଠା ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ହେଲା। ପକ୍କା ଦୋକାନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରାଗଲା। କିନ୍ତୁ ଶିଳାନ୍ୟାସର ବର୍ଷେ ପରେ ବି ଦୋକାନ ଗୃହ ନିର୍ମାଣ ହେବା ତ ଦୂରର କଥା, ଖଣ୍ଡେ ଇଟା ବି ଯୋଡ଼ା ହୋଇପାରିନଥିବା ଅଭିଯୋଗ ହୋଇଛି। ଫଳରେ ଭଦ୍ରକ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର ଉଠା ଦୋକାନୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ବହୁ ଦୋକାନୀ ଉଠା ଦୋକାନ କରି ନିଜର ପରିବାର ଚଳାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୨ଟି ଦୋକାନ ଗୃହ ଉଚ୍ଛେଦ କରାଯାଇଥିଲା। ଘର ତିଆରି କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିବା ଅଭିଯୋଗ ହୋଇଛି।ପ୍ରତିଶ୍ରୁତି ମୁତାବକ ଦୋକାନ ଗୃହ ନିର୍ମାଣ କାମ ଯଥାଶୀଘ୍ର ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି।