ରାଜ୍ୟ

ଆମେରିକାରେ ପଡିଲା ହାତଗଣ୍ଠି, ପରିବାର ଲୋକେ ଭରଚୁଆଲରେ ଦେଖିଲେ ବିବାହ, ଖାଇଲେ ଭୋଜି

କଟକ(କେ ନ୍ୟୁଜ): ମହାମାରୀ କରୋନା ଅନେକ କିଛିରେ ପରିବର୍ତ୍ତନ ଆଣିଛି । ଏନେଇ ଜାରି ହୋଇଥିବା କଟକଣା କାରଣରୁ ବିବାହ, ବ୍ରତ ଆଦି ଉତ୍ସବ ମାନଙ୍କର ରୂପରେଖ ଯେମିତି ବଦଳି ଯାଇଛି । କେଉଁଠି ଉଭୟ ବରକନ୍ୟା ଭିନ୍ନ ଭିନ୍ନ ଜାଗାରେ ଥାଇ ବିବାହ କଲେଣି ତ କେଉଁଠି ବରକନ୍ୟା ଭିଡିଓ କଲିଙ୍ଗରେ ପରସ୍ପରକୁ ବରମାଳା ପିନ୍ଧେଇ ସାତ ଜନ୍ମ ପାଇଁ ଏକାଠି ହେବାର ଶପଥ ନେଲେଣି । ଯାହା ବାବଦରେ ହୁଏତ ମଣିଷ କେବେ ସ୍ୱପ୍ନରେ ଭାବି ନଥିଲା ଏବେ ସେସବୁ ବାସ୍ତବ ରୂପ ନେବାକୁ ବସିଲାଣି ।

ଏମିତି ହିଁ ଏକ ନିଆରା ବିବାହ କଟକର କିଷାନ ନଗରରେ ଦେଖିବାକୁ ମିଳିଛି । ଉଭୟ ବରକନ୍ୟାଙ୍କ ହାତଗଣ୍ଠି ସୁଦୂର ଆମେରିକାରେ ପଡିଥିବା ବେଳେ କିନ୍ତୁ ବନ୍ଧୁ ବାନ୍ଧବ, ଜ୍ଞାତି ପରିଜନ ଭୋଜି ଖାଇଛନ୍ତି ଓଡ଼ିଶାରେ । କହିବାକୁ ଗଲେ ଭରଚୁଆଲ ବା ଅନଲାଇନ ଜରିଆରେ ଅନୁଷ୍ଠିତ ହୋଇଛି ବାହାଘର । ଦୁଇ ପକ୍ଷ ଏକାଠି ବସି ଟିଭିରେ ଲାଇଭ ବାହାଘର ଦେଖିବା ସହ ବରକନ୍ୟାଙ୍କୁ ଆଶୀର୍ବାଦ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା କଟକଣା କାରଣରୁ ହିଁ ଏପରି ଏକ ଅଭିନବ ଉପାୟରେ ବିବାହର ଆୟୋଜନ କରାଯାଇଥିଲା । ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ବେଶ ଜୋର ଧରିଛି ।

ପ୍ରକୃତରେ ଘଟଣାର ଆରମ୍ଭ ହୋଇଥିଲା ଏହିପରି । କଟକ କିଷାନନଗର ବାସିନ୍ଦା ତଥା ଆଇଆଇଟି ଖଡ଼ଗପୁରରେ କାର୍ଯ୍ୟରତ ଦମ୍ପତି ଅରବିନ୍ଦ ରାଉତରାୟ ଓ ମମତା ଜେନାମଣିଙ୍କ ଏକମାତ୍ର ଝିଅ ଅର୍ପିତା ଆମେରିକାର କର୍ଣ୍ଣିଙ୍ଗ ମେଳନ ବିଶ୍ୱବିଦ୍ୟାଳୟରେ ରହି ପିଏଚ୍ଡି କରୁଛନ୍ତି । କରୋନା ପୂର୍ବରୁ ତାଙ୍କ ବିବାହ କୋଲକାତାର ଅର୍ଲଭ ଭଟ୍ଟାଚାର୍ଯ୍ୟଙ୍କ ସହ ସ୍ଥିର ହୋଇଥିଲା । ସୂଚନା ଦେବା ଯୋଗ୍ୟକି, ଅର୍ଲଭ ମଧ୍ୟ ଆମେରିକାର ୱାସିଂଟନ ଷ୍ଟେଟ ବିଶ୍ୱବିଦ୍ୟାଳୟରେ ନିଜ ପିଏଚଡ଼ି ପାଠ୍ୟକ୍ରମ ଜାରି ରଖିଛନ୍ତି । କିନ୍ତୁ କରୋନା କାରଣରୁ ବିଶ୍ୱବ୍ୟାପି କଟକଣା ଜାରି ହେବା ପରେ ଓଡିଶା ଆସି ବିବାହ କରିବା ସମ୍ଭବ ହୋଇ ପାରିନଥିଲା । ଏଣୁ ଉଭୟ ପକ୍ଷ ଭରଚୁଆଲ ବିବାହ କରାଇବା ନେଇ ସ୍ଥିର କଲେ ।

ଯୋଜନା ମୁତାବକ ଆମେରିକାର ଟେକସାସସ୍ଥିତ ସିଂଗିଂନ ଆଶ୍ରମରେ ଉଭୟ ବର ଅର୍ଲଭ ଓ କନ୍ୟା ଅର୍ପିତା ରୀତିନୀତି ଅନୁଯାୟୀ ୨୭ ତାରିଖରେ
ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ପ୍ରତିଟି କାର୍ଯ୍ୟକ୍ରମକୁ ଉଭୟଙ୍କ ପରିବାର ବର୍ଗ କିଷାନନଗରରେ ବସି ଅନଲାଇନରେ ଦେଖିଥିଲେ । ସରକାରଙ୍କ ତରଫରୁ ଜାରି ହୋଇଥିବା ସମସ୍ତ କଟକଣା ମଧ୍ୟ ପାଳନ ହୋଇଥିଲା ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

22 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

24 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

57 mins ago