ରାଜ୍ୟ

ଜମିଲା ବରଯାତ୍ରୀ: ନା ଅଛି ସାମାଜିକ ଦୂରତ୍ବ ନା ଅଛି କାହା ମୁହଁରେ ମାସ୍କ, କୋଭିଡ୍ ନିୟମକୁ ଖୁଲମ୍ ଖୁଲା କଲେ ଅମାନ୍ଯ

ବ୍ରହ୍ମପୁର: କରୋନାକୁ ନେଇ ଚାରିଆଡେ କୋକୁଆ ଭୟ । ପରିସ୍ଥିତି ଏବେ ଅସମ୍ଭାଳ । ପେଟକୁ ଦାନା ମୁଠାଏ ପାଇଁ ଏବେ ହନ୍ତସନ୍ତ ହେଲେଣି ଲୋକେ। ଗାଁଠୁ ନେଇ ସଂସଦ ସବୁଠି କରୋନାକୁ ନେଇ ଚର୍ଚ୍ଚା ।  କିନ୍ତୁ ଏମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି ନା ଅଛି କରୋନାକୁ ନେଇ ଭୟ ନା ସମାଜ ପ୍ରତି ନିଜର କର୍ତ୍ତବ୍ଯ । ଖୁଲମ ଖୁଲା ସରକାରଙ୍କର ସବୁ ନିୟମକୁ ଅମାନ୍ଯ କରାଯାଇଛି ।

ବାଜା ସାଙ୍ଗକୁ ଭଳିକି ଭଳି ରଙ୍ଗ ବେରଙ୍ଗର ଲାଇଟ୍ । ପୁରା ଜମୁଛି ବରଯାତ୍ରୀ । ଖାଲି ବରଯାତ୍ରୀ ନୁହଁନ୍ତି ବର ବି ଓପନ୍ କାର୍ ରେ ଠିଆ ହୋଇ ତାଳରେ ତାଳ ମିଶାଇ ନାଚି ଚାଲିଛନ୍ତି । ଏସବୁ ଠିକ୍ ଅଛି ସତ କିନ୍ତୁ, ଏଭଳି ପରିସ୍ଥିତିରେ କଣ ଏଇଟା ଶୋଭାପାଉଛି? ଥରେ ଦେଖିଲେ ଏଠାରେ ନା ଅଛି ସାମାଜିକ ଦୂରତ୍ବ ନା ଅଛି କାହା ମୁହଁରେ ମାସ୍କ । କରୋନାକୁ ନେଇ ଜାରି ହୋଇଥିବା ନିୟମ କଣ ଏମାନଙ୍କୁ ଜଣା ନାହିଁ କି?  ୫୦ ଜଣଙ୍କ ଭିତରେ ବିବାହ ଘର ସମ୍ପନ୍ନ ହେବ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଏଠାରେ ତ କନିଆ ଘରକୁ ଛାଡି ଏତେ ବରଯାତ୍ରୀଙ୍କୁ ଦେଖିବାକୁ ମିଳୁଛି । ଏନେଇ ଖବର ପାଇବା ପରେ ଗୋପାଳପୁର ଥାନା ପୋଲିସ୍ ତଦନ୍ତ କରୁଥିବାବେଳେ କୋଭିଡ୍ ନିୟମ ପାଳନ କରି ବାହାଘର ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ନିକଟରେ ବିହାର ପାଟଣାର ପାଲିଗଞ୍ଜରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିରେ ଏକ ବିବାହ ଉତ୍ସବରେ ବର ଜଣଙ୍କ ବାହାଘରର ଗୋଟିଏ ଦିନ ପରେ ହିଁ ପ୍ରାଣ ହରାଇଥିଲେ। ଜୁନ ୧୫ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହରେ ସାମିଲ ହୋଇଥିବା କିଛି ଲୋକଙ୍କର କରୋନା ଲକ୍ଷଣ ଦେଖାଯାଇଥିଲା। ଯାହାପରେ ତାଙ୍କର ରକ୍ତ ନମୂନା ଟେଷ୍ଟ କରାଇଥିଲେ। ଯାହାପରେ ଏହି ମାମଲା ଗୋଷ୍ଠି ସଂକମ୍ରଣ ଆଡକୁ ରୂପ ନେଇଥିବା ଜଣାପଡିଥିଲା ।

 

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago