ଯୁବତୀଙ୍କୁ ଗର୍ଭବତୀ କରି ଅନ୍ୟତ୍ର ବାହା ହେବାକୁ ଯୁବକ କରୁଥିଲା ଯୋଜନା, ଶେଷରେ ପୋଲିସ ଉପସ୍ଥିତିରେ ହେଲା ବିବାହ

ରାଉରକେଲା(କେନ୍ଯୁଜ୍): ପୋଲିସ ଉପସ୍ଥିତିରେ ଯୁବତୀଙ୍କୁ ବାହା ହେଲା ଯୁବକ । ଜଣେ ଆଦିବାସୀ ଯୁବତୀଙ୍କୁ ଗର୍ଭବତୀ କରିବା ପରେ ଅନ୍ୟତ୍ର ବାହା ହେବା ପାଇଁ ଯୁବକ ଜଣକ ଯୋଜନା କରୁଥିଲା । ଏହି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଗୋପବନ୍ଧୁପଲ୍ଲୀ ଅଞ୍ଚଳରେ ।

ଶେଷରେ ପୀଡ଼ିତା ଏବଂ ପରିବାର ଲୋକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ସମାଜସେବୀ ପ୍ରମିଳା ଦାସ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବାହା ହେବା ପାଇଁ ରାଜି ହୋଇଥିଲେ । ଉଭୟ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତରେ ମାଲଗୋଦାମ ସ୍ଥିତ କାଳୀ ମନ୍ଦିର ପରିସରରେ ପୋଲିସ ଉପସ୍ଥିତିରେ ଉଭୟଙ୍କର ପଡିଥିଲା ହାତଗଣ୍ଠି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.