ଆନନ୍ଦପୁର : ବିବାହିତା ସୁଜ୍ଞାନୀ ଆତ୍ମହତ୍ୟା କଲେ କାହିଁକି ?

ଆନନ୍ଦପୁର (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡା ଗାଁରେ ଜଣ ବିବାହିତା ମହିଳା ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି ରାଜକୁମାର ବେଜ ଙ୍କ ପତ୍ନୀ ସୁଜ୍ଞାନୀ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କୁଇଟା ଗ୍ରାମର କରୁଣାକର ବାରିକ ଝିଅ ସୁଜ୍ଞାନୀଙ୍କ ବିବାହ ରାଜକୁମାରଙ୍କ ସହ ଦୁଇ ବର୍ଷ ତଳେ ହୋଇଥିଲା । ସେମାନଙ୍କର ବର୍ଷକର ଶିଶୁକନ୍ୟା ମଧ୍ଯ ଅଛି । ବିବାହ ପରେ ଉଭୟ ପତି ପତ୍ନୀ ରାଜକୁମାରଙ୍କ କର୍ମସ୍ଥଳୀ ଡୁବୁରି ଠାରେ ରହୁଥିଲେ ।
ଦଶଦିନ ତଳେ ସୁଜ୍ଞାନୀ ନିଜ ଝିଅ ସହ ଶାଶୁ ଘରକୁ ଆସିଥିଲେ । ସବୁକିଛି ଠିକ୍ ଚାଲିଥିବା ବେଳେ ଆଜି ହଠାତ୍ ଘରର ଉପର ମହଲାରେ ଥିବା ନିଜ କୋଠରୀରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ପୋଲିସ୍ ତଦନ୍ତ ପରେ ତହା ସ୍ପଷ୍ଟ ହୋଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.