ରାଜ୍ୟ

ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେଲା ସମ୍ପନ୍ନ

ବରଗଡ଼(କେନ୍ୟୁଜ୍): ବୀର ପୁଅକୁ ଅଶ୍ରୁଳ ବିଦାୟ । ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ । ବୀରପୁଅକୁ ହରାଇ କାନ୍ଦୁଛି ବରଗଡ଼ ଜିଲ୍ଲାର ବାଘପାଲି ଗାଁ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷ ଦର୍ଶନ ସହ ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ । ମଣିପୁରରେ କାର୍ଯ୍ୟରତ ବେଳେ ଦୁର୍ଘଟଣାରେ ସହିଦ ହୋଇଥିଲେ ନୀଳାଞ୍ଚଳ । ପାର୍ଥିବ ଶରୀର ବାଘପାଲି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଇଥିଲେ ବରଗଡ଼ ଜିଲ୍ଲାପାଳ। ଏହାପରେ ସହର ପରିକ୍ରମା କରଯିବା ପରେ ପୈତୃକ ଗାଁକୁ ନିଆଯାଇଥିଲା। ବୀର ପୁଅକୁ ହରାଇ ଗୁମୁରି କାନ୍ଦୁଛି ବାଘପାଲି। କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ। କାହାରି ଆଖିରୁ ଲୁହ ଶୁଖୁନି। ନୀଳାଞ୍ଚଳଂକୁ ଶେଷ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଥିଲା। ନୀଳାଞ୍ଚଳ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବରଗଡ଼ ଭେଡେନ ବ୍ଲକ ବାଘପାଲିରେ ନୀଳାଞ୍ଚଳ ଘର। ୨୦୦୦ ମସିହାରେ ସେ ଆସାମ ରାଇଫଲରେ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୨୦୨୪ରେ କାର୍ଯ୍ୟରୁ ଅବସର ନେଇଥାନ୍ତେ। ତାଙ୍କ ଘରେ ବୃଦ୍ଧା ମାଆ , ପତ୍ନୀ ରାଶେଶ୍ବରୀ ପଟେଲ , ଦୁଇ ଝିଅଙ୍କ ସହ ବଡ଼ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଂଜୁଲତା ପଟେଲ ଅଛନ୍ତି ।

Sasmita

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

2 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

16 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

29 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

30 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago