ବିଚ ରାସ୍ତାରେ ମହିଳାଙ୍କୁ ମାଡ଼ , ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା

ଘଟଗାଁ(କେନ୍ୟୁଜ୍) : ବିଚ୍‌ ରାସ୍ତାରେ ମହିଳାଙ୍କୁ ମାଡ଼। ମହିଳାଙ୍କୁ ମାଡ଼ ମାରିଲେ ସଂଘବଦ୍ଧ ପୁରୁଷ ଓ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘଟଗାଁ ବ୍ଲକର ମୁକ୍ତାପୁର ପଞ୍ଚାୟତରେ। ବିପିଏଲ ଚାଉଳ ନେବାକୁ ଡଳଙ୍ଗପାଣି ଗାଁର ଜଣେ ମହିଳା ପଞ୍ଚାୟତ ଅଫିସ ଯାଇଥିବା ବେଳେ କୌଣସି କାରଣକୁ ସେଠାରେ ଉପସ୍ଥିତ ମହିଳାଙ୍କ ସହ ବଚସା ହୋଇଥିଲା। ଏହା ପରେ ସେଠାରେ ଉପସ୍ଥିତ ଥିବା ମହିଳା ଓ ପୁରୁଷମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସଂପୃକ୍ତ ମହିଳା ଜଣକ ତାଙ୍କ ପାଇଁ ଉଦ୍ଦିଷ୍ଟ ଦିନରେ ଚାଉଳ ନନେଇ ପରେ ଆସିଥିବାରୁ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାରେପଡ଼ିଛି।