ସମୂହ ବ୍ରତୋପନୟନ, ନୀଳକଣ୍ଠେଶ୍ଵର ମନ୍ଦିରରେ ବ୍ରତଘର

ମନ୍ଦିରଟିରେ ଲୋକ ଗହଳି ଲାଗିଥାଏ l ଏହା ନୀଳାଦ୍ରିବିହାରରେ ନୀଳ କଣ୍ଠେଶ୍ୱର ମନ୍ଦିର ଭାବରେ ବେଶ ଜଣାଶୁଣା l ମନ୍ଦିରରେ ଯାହା ଦେଖାଯାଉଥିଲା ସମୂହ ବ୍ରତୋପନୟନ ହେଉଥିଲା l ଧାଡି ହୋଇ ବସିଥାନ୍ତି ବ୍ରତ ହୋଇଥିବା ଅନେକ ବାଳକ ଆଉ ଯୁବକ l ସେମାନଙ୍କ ପଛରେ ରହିଥାନ୍ତି ଅଭିଭାବକ ପୁରୋହିତ ଏବଂ ଅନ୍ୟ ମାନେ l ସବୁ ବାଳକ ଓ ଯୁବକଙ୍କ ହାତରେ ଖଣ୍ଡେ ବେତ ଆଉ ହାତରେ ଗଡୁ l ମୁଣ୍ଡରେ ପଗଡି ସାଙ୍ଗକୁ ଛତା ଏବଂ ବେତରେ ଓହଳିଛି ପଇତା l ଧାଡି ହୋଇ ବସିଥାନ୍ତି ସମସ୍ତେ l ପ୍ରସ୍ତୁତ ହେଉଥାନ୍ତି ଭିକ୍ଷା ପାଇଁ ସହର ପରିକ୍ରମା କରିବାକୁ l ଠିକ ସେହି ସମୟ ଆସିଲା ସମସ୍ତେ ବାହାରିଲେ ଛତା କମଣ୍ଡୁଳ ହାତରେ ସାଙ୍ଗରେ ପୁରୋହିତ ବର୍ଗ l
ବାଜା ରୋସଣିରେ କମ୍ପିଲା ଗାଁ ଦାଣ୍ଡ l ସାଙ୍ଗରେ ଅନେକ ମହିଳା ପୁରୁଷ l ବାଜାର ତାଳେ ତାଳେ କେତେ ଜଣ ନାଚିବାକୁ ଲାଗିଲେ l ବେଦ ପ୍ରକାରେ ବ୍ରାହ୍ମଣମାନେ ବ୍ରତ ହେବା ବା ସଂସ୍କାର ହେବା ଜରୁରୀ । ତେବେ ଆର୍ଥିକ ଅନଟନ ଯୋଗୁଁ ଅନେକ ଗରିବ ବ୍ରାହ୍ମଣ ପରିବାରର ବାଳକମାନେ ବ୍ରତ ନହୋଇ ରହି ଯାଆନ୍ତି । ଏହି ବ୍ରତ ସମୂହ ଭାବରେ କରାଯାଇଥିଲା । ଆଜି ଏହି ସମୂହ ବ୍ରତୋପନୟନ ଆୟୋଜନ ପଛରେ ଅନେକ ଲୋକଙ୍କ ପରିଶ୍ରମ ଆଉ ଶ୍ରେୟ ନିହିତ ରହିଛି l ସମାଜରେ କିଛି ଭଲ ବାର୍ତ୍ତା ପ୍ରସାରର ଉଦ୍ଦେଶ୍ୟ ରଖି ଏଭଳି ମହତ କାର୍ଯ୍ୟକ୍ରମକୁ ନୀଳକଣ୍ଠଶ୍ୱର ସମିତି ହାତକୁ ନେଇଛନ୍ତି l
ଏମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଵା ପାଖାପାଖି ଦୀର୍ଘ ଛଅ ବର୍ଷ ହେଲାଣି l ଏହି ସମିତିର ସଦସ୍ୟ ମାନେ ଏହି ସମୂହ ବ୍ରତର ଆୟୋଜନ ପାଇଁ ତିନିମାସ ସମୟ ଲାଗିଥିଲା l ବିଭିନ୍ନ ଜିଲ୍ଲାରୁ ବ୍ରତ ହୋଇ ପାରିନଥିବା ବ୍ରାହ୍ମଣ ପରିବାର ଯୁବକ, ବାଳକ ମାନଙ୍କୁ ଏକତ୍ରିତ କରି ଏହି ଭଳି ସମାଜ ପାଇଁ ମଙ୍ଗଳ ସମ୍ପାଦନା କରୁଥିବା କାର୍ଯ୍ୟକ୍ରମ ଏହିଠାରେ ଅନୁଷ୍ଠିତ କରାଇଥିଲେ l ଏଥିପାଇଁ ଯେଉଁ ଖର୍ଚ୍ଚ ହୋଇଥିଲା ଏହାକୁ ବିଭିନ୍ନ ସଂଗଠନ ଅଞ୍ଚଳ ବାସି, ଅନୁଷ୍ଠାନର ସଦସ୍ୟ ବୃନ୍ଦଙ୍କ ଆର୍ଥିକ ସହଯୋଗ ରହିଥିଲା l
ସବଠାରୁ ବଡ଼ କଥା ହେଲା ଏମାନଙ୍କ ଏହି ମାଙ୍ଗଳିକ କାର୍ଯ୍ୟକ୍ରମର ସମୂହ ବ୍ରତୋପନୟନ ରେ ଦୀର୍ଘ ଛଅ ବର୍ଷ ହେଲା କୀଟ,କିସ, କିମ୍ସ,ର ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କର ଅକୁଣ୍ଠ ଚିତରେ ଆର୍ଥିକ ସହାୟତାର ସହଯୋଗ ରହିଥିଲା l ଏହାଛଡା ଏଭଳି ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କ ପାଇଁ ଏଭଳି ସହଯୋଗକୁ ସଂଗଠନର ସଦସ୍ୟ ମାନେ ପ୍ରଶଂସା ମଧ୍ୟ କରିଥିଲେ l ଏହି ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ଦିଗନ୍ତ ଚିନ୍ତନର ବାର୍ତ୍ତା କହିଲେ ଭୁଲ ହେବନି l
Also read:ଚିକିତ୍ସିତ ହେବା ପାଇଁ ଆସିଥିଲେ ହସ୍ପିଟାଲ୍, ହେଲେ ଲିଫ୍ଟରେ ଚାଲିଗଲା ଜୀବନ