ବାଲେଶ୍ୱର: ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର(କେନ୍ୟୁଜ୍) : ବାହାଘର ଭୋଜି ଖାଇ ଅସୁସ୍ଥ। ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଜଳେଶ୍ୱରପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଗତକାଲି ରାତିରେ ବାହାଘର ଭୋଜି ହୋଇଥିଲା। ଏହାପରେ ସମସ୍ତଙ୍କ ପେଟ କାଟିବା ସହ ଝାଡାବାନ୍ତି ହୋଇଥିଲା। ଆକ୍ରାନ୍ତଙ୍କ ସଖ୍ୟା ବଢିବାରୁ ଚିକିତ୍ସା ପାଇଁ ଗାଁରେ ଏକ ଅସ୍ଥାୟୀ ଶିବିର ଖୋଲାଯାଇଛି।

Leave A Reply

Your email address will not be published.