ଜୁନିଅର ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଆଣୁ ସଫଳତା, ଶୁଭମନାସୀ ଯାଜପୁର ଗୋକର୍ଣ୍ଣେଶ୍ୱର ମନ୍ଦିରରେ ସମୂହ ଦୀପଦାନ

କେନ୍ୟୁଜ୍(ବ୍ୟୁରୋ):  ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିଅର ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ  । ଏଥିରେ ଭାରତ ସମେତ ବିଭିନ୍ନ ଦେଶରୁ ହକି ଟିମ ଅଂଶ ଗ୍ରହଣ କରିଛନ୍ତି । ତେବେ ଦେଶ ବିଦେଶରୁ ଆସିଥିବା ସମସ୍ତ ଖେଳାଳିଙ୍କ ଶୁଭ ମନାସିବା ସହିତ ଭାରତର ହକି ଖେଳାଳିଙ୍କ ସଫଳତା କାମନା କରିଛି ଦୂତି ଚାନ୍ଦ ଆଥଲେଟିକ ଏକାଡେମୀ ।

diya2

ଏନେଇ ଯାଜପୁର ଜିଲ୍ଲା ଜାରକା ନିକଟସ୍ଥ ଗୋକର୍ଣେଶ୍ୱର ମନ୍ଦିର ପରିସରରେ ଏକାଡେମୀର ସଦସ୍ୟମାନେ ଏକାଠି ହୋଇ ବାବା ଗୋକର୍ଣ୍ଣେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ସମୂହ ଦୀପଦାନ କରିଥିଲେ । ଏଥିସହ ଓଡିଶାରେ ଏହି ବିଶ୍ୱକପର ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛି ଦୂତି ଚାନ୍ଦ ଆଥଲେଟିକ ଏକାଡମେୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.