ଗହିରମଥାରେ ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ରାଜନଗର(କେନ୍ୟୁଜ): ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଆରମ୍ଭ ହୋଇଛି ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି । ସୁଦୂର ଜାଫନା ଉପକୂଳରୁ ଆସିଥିବା ଅଲିଭ ରିଡଲେ ଗତ ୨୫ତାରିଖ ମଧ୍ୟରାତ୍ରିରୁ ଆରମ୍ଭ କରିଥିଲେ ସାମୁହିକ ଅଣ୍ଡାଦାନ ।

୨୬ ତାରିଖରେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଏବଂ ୨୭ ତାରିଖରେ ୧ ଲକ୍ଷ ୮୪ ହଜାର ୯୯୪ ଅଣ୍ଡାଦାନ କରିଥିବା ସୂଚନା ଦେଇଛି ବନବିଭାଗ । ଚଳିତବର୍ଷ ପ୍ରଥମରୁ ଏତେ ମାତ୍ରାରେ କଇଁଛ ଅଣ୍ଡାଦାନ କରିବା ପରିବେଶପ୍ରେମୀଙ୍କୁ ଆନନ୍ଦିତ କରିଛି ।

କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନବିଭାଗର ୫୦ ଜଣ ଓ ଭଦ୍ରକ ବନବିଭାଗର ୨୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ ସୁରକ୍ଷିତ ଅଣ୍ଡାଦାନ ପାଇଁ ହ୍ଵିଲର ଆୟରଲାଣ୍ଡ ପାଖରୁ ୩ କିଲୋମିଟର ମଧ୍ୟରେ ଥିବା ଲୋ ଲାଇଟ ଏରିଆରେ ବାଡ଼ ଲଗାଯାଇ ୧୦୦ ମିଟରରେ ଗୋଟିଏ ସେଗମେଣ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.