ଗହିରମଥାରେ ସରିଲା ଅଲିଭ ରିଡଲେଙ୍କ ଅଣ୍ଡା ଦାନ ପ୍ରକ୍ରିୟା, ଅଣ୍ଡାକୁ ସୁରକ୍ଷା ଦେବାକୁ ୭୦ବନ କର୍ମଚାରୀ ନିୟୋଜିତ

ରାଜନଗର(କେନ୍ୟୁଜ୍): ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା। ଚଳିତ ବର୍ଷ ଗହିରମଥାରେ ୫ଲକ୍ଷ ୧ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା। ଚଳିତ ବର୍ଷ ପ୍ରଥମ ଥର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୪୫ହଜାର କଇଁଛ ଅଣ୍ଡାଦାନ କରିଛନ୍ତି।

ଗତବର୍ଷ ୩ଲକ୍ଷ ୪୯ହଜାର ୬୪୯ଟି କଇଁଛ ଅଣ୍ଡା ଦେଇଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୧ଲକ୍ଷ ୫୧ହଜାର ୩୧୫ଟି ଅଧିକ କଇଁଛ ଅଣ୍ଡାଦାନ କରିଛନ୍ତି। ୪୫ରୁ ୬୦ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଫେରିବେ। ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ମୋଟ ୭୦ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

Leave A Reply

Your email address will not be published.