ଅସହାୟ ପିତାମାତା ନଥିବା ଗରିବ ବ୍ରାହ୍ମଣମାନଙ୍କ ସାମୁହିକ ବ୍ରତୋପନୟନ, ସମସ୍ତ ଖର୍ଚ୍ଚ ବହନ କଲେ ମହାରାଜ

ହରେ କୃଷ୍ଣ ହରେ ରାମ ମହା ମନ୍ତ୍ରରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ଏହାରି ଭିତରେ ହୋମ ଯଜ୍ଞ ପୂଜା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଗରିବ ଅସହାୟ ପିତାମାତା ନଥିବା ଗରିବ ବ୍ରାହ୍ମଣମାନଙ୍କର କରାଯାଇଛି ସାମୁହିକ ବ୍ରତୋପନୟନ । ଅସହାୟ ଗରିବ ବ୍ରାହ୍ମଣମାନଙ୍କ ପାଇଁ ବରଦାନ ସାଜିଛନ୍ତି ମହାରାଜ । ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ବରକନିଆ ପୀଠ ବାବା ହନୁମାନ ମନ୍ଦିର ପୀଠରେ ଆଜି ସାମୁହିକ ବ୍ରତୋପନୟନ ଉତ୍ସବ ଆୟୋଜିତ ହୋଇଯାଇଛି । ଦ୍ଵିତୀୟ ଥର ପାଇଁ ହୋଇଥିବା ଏହି ଉତ୍ସବରେ ଅଷ୍ଟ ପ୍ରହରୀ ନାମ ଯଜ୍ଞର ଆୟୋଜନ କରାଯାଇଛି । ଗରିବ ବ୍ରାହ୍ମଣ ପରିବାରର ସମସ୍ତ ଖର୍ଚ୍ଚ ଅଖିଳ ଭାରତୀୟ ସାଧୁ ସନ୍ଥ ସମିତିର ଜିଲ୍ଲା ସଭାପତି ବାବା ଲଛମନ ଦାସ ମହାରାଜ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ବରକନିଆ ପ୍ରସିଦ୍ଧ ହନୁମାନ ପୀଠରେ ଅଖିଳ ଭାରତୀୟ ସାଧୁ ସନ୍ଥ ସମିତିର ଜିଲ୍ଲା ସଭାପତି ବାବା ଲଛମନ ଦାସ ମହାରାଜ ସାମୁହିକ ବ୍ରତୋପନୟନ କରିଛନ୍ତି । ଗରିବ ବ୍ରାହ୍ମଣ ବ୍ରହ୍ମଚାରୀମାନଙ୍କୁ ବ୍ରତୋପନୟନ ପାଇଁ ନିମନ୍ତ୍ରଣ କରାଯାଇଛି । ତେବେ ଏହି ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପରିବାର ସାମିଲ ହୋଇଛନ୍ତି । କାହାର ବାପା ନାହିଁ ତ କାହାର ମାମୁଁ ନାହିଁ ତଥାପି ଏଠି ସାମୁହିକ ବ୍ରତୋପନୟନ ହୋଇଛି । ପିତାମାତା ନଥିଲେ ମଧ୍ୟ ପିତାମାତା ସାଜି କରିଛନ୍ତି ବ୍ରତୋପନୟନ । ଏଭଳି କାର୍ଯ୍ୟରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ସମସ୍ତେ ।
ଏଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହୋଇଛନ୍ତି ଅଞ୍ଚଳବାସୀ । କିଏ ବ୍ରହ୍ମଚାରୀମାନଙ୍କ ଯଜ୍ଞ ଧାରଣ କରିବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇ ଦେଇଛି ତ ଆଉ କିଏ ପୁରୋହିତଙ୍କ ଠାରୁ ଆରମ୍ଭ କରି ଯଜ୍ଞର ସମସ୍ତ ସାମଗ୍ରୀ, ଶ୍ରୀଅନ୍ନ ଯଜ୍ଞ, ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଦିର ଆୟୋଜନ କରିଛି । ବ୍ରତପନୋୟନରେ ସାମିଲ ହୋଇଥିବା ଗରିବ ବ୍ରାହ୍ମଣ ପରିବାରର ସମସ୍ତ ଖର୍ଚ୍ଚ ବାବା ଲଛମନ ଦାସ ମହାରାଜ ଯୋଗାଇ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସେବା, ଗୋ ପୂଜନ ସେବା, ଅନ୍ନଯଜ୍ଞ, ନାମଯଜ୍ଞ ଭଳି ଅନେକ କାର୍ଯ୍ୟକ୍ରମ ଏଠି ଅନୁଷ୍ଠିତ ହୋଇଛି । ଏସବୁ କାର୍ଯ୍ୟ କରିବା ଦ୍ୱାରା ନିଜକୁ ଖୁସି ମିଳିଥାଏ ବୋଲି ମହାରାଜ କହିଛନ୍ତି ।
ଯେଉଁ ଗରିବ ଅସହାୟ ବ୍ରାହ୍ମଣ ପିତୃମାତୃ ହରା ଓ ଅର୍ଥ ପାଇଁ ବ୍ରତ ହୋଇ ପାରୁ ନାହାନ୍ତି ସେହି ଅସହାୟ ବ୍ରାହ୍ମଣ ପରିବାର ପାଇଁ ବରଦାନ ସାଜିଛନ୍ତି ବାବା ଲଛମନ ଦାସ ମହାରାଜ । ସତରେ ଏଭଳି ମହତ କାର୍ଯ୍ୟ ପାଇଁ ଅଞ୍ଚଳ ଗର୍ବିତ ନିଶ୍ଚୟ ।
Also Read: ମାଗଣାରେ ଗରିବ ଘରର ପିଲାମାନଙ୍କୁ ବ୍ରତ କରୁଛନ୍ତି ପାପକ୍ଷୟ ମନ୍ଦିର କମିଟି ସଦସ୍ୟ