ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ

ନୂଆପଡା(କେନ୍ୟୁଜ୍‌): ନୂଆପଡା ଜିଲ୍ଲା ଖଡିଆଳ ଥାନାକୁ ଜଣେ ମହିଳାଙ୍କ ହତ୍ୟା ଘଟଣା ସଂପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ କିଛି ଦୁବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଏଥିରେ ସାମ୍ବାଦିକ ରବିକା ଠେଲା ଗୁରୁତର ଆହତ ହୋଇଛନ୍ତି । ଏନେଇ ସେ ଖଡିଆଳ ଥାନାରେ ଲିଖିତ ଏତଲା ଦେବା ସହ ଆକ୍ରମଣକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଡିଆଳ ଥାନା ଆଗରେ ପୋଲିସର ଉପସ୍ଥିତିରେ କିଛି ଦୁବୃତ୍ତ ମରଣାନ୍ତକ ଆକ୍ରମଣ ଘଟଣାକୁ ନୂଆପଡା ଜିଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯିବା ସହିତ ଖଡିଆଳ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି । ସିସିଟିଭି ଭୁଟେଜ ଆଧାରରେ ସମସ୍ତ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ୨୪ ଘଂଟା ମଧ୍ୟରେ ଗିରଫ କରିବାକୁ ଦାବି ହୋଇଛି । ଏପଟେ ୭ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ଖଡିଆଳ ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.