ଟୀକା ପାଇଁ ରାତି ଅନିଦ୍ରା, ଗୁଜବ ଉଠିଛି ନନେଲେ ପଞ୍ଚାୟତରୁ ତାଲିକାରୁ କଟିଯିବ ନା

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଜୋର ଧରିଛି ଗୁଜବ । ଯାହାକୁ ନେଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟୀକା ନେବା ପାଇଁ ସନ୍ଧ୍ୟାରୁ ଲମ୍ବା ଲାଇନ ଲଗାଉଛନ୍ତି ଲୋକେ । ଗୁଜବ ଉଠିଛି ଯିଏ କରୋନା ଟୀକା ନନେବ ତାର ନା ପଞ୍ଚାୟତ ତାଲିକାରୁ ଉଠିଯିବ। ଆଧାର ବନ୍ଦ, ଭତ୍ତା, ରାସନକାର୍ଡ, ଡାକ୍ତର ଚିକିତ୍ସା, ବସରେ ଯାତାୟାତ ପ୍ରଭୃତି ସୁବିଧାରୁ ବଞ୍ଚିତ ହେବେ  । ଏହାକୁ ଦୃଷ୍ଟିରେ ରଖି ସନ୍ଧ୍ୟାରୁ ଆସି ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯଗି ବସୁଛନ୍ତି ଟିକା ନେବା ପାଇଁ ।

ଇଟା ଉପରେ ପାଣି ବୋତଲ, ଗାମୁଛାକୁ ଦେଇ ନିଜ ସ୍ଥାନକୁ ରଖୁଛନ୍ତି । ଯିଏ ଯେଉଁଠି ପାରିଲା ଚାଦର, ମସିଣା, ତକିଆ ଧରି ଛୁଆକୁ ଧରି ଶୋଇଥିବା ଦେଖିବାକୁ ମିଳିଛି । ଆଉ କିଏ ମୋବାଇଲ ଦେଖିକି ବସି ବସି ସମୟ କାଟୁଛନ୍ତି ତ ଆଉ କିଏ ଟିଫିନରେ ଭାତ ଧରି ଆଣିଛନ୍ତି ଭୋକ ଲାଗିଲେ ଖାଇବେ ବୋଲି। କେତେବେଳେ ସକାଳ ୯ ଘଟିକା ହବ ଟୀକା ନେବୁ ।

ପୂର୍ବରୁ ଲାଇନ ଲଗାଇଥିଲେ ମଧ୍ୟ ପାଇ ପାରୁନାହାନ୍ତି ଟୀକା। ଗୁରୁଣ୍ଡିଆ, ସରସର ଅଞ୍ଚଳରୁ ଯାଇ ଫେରିଛନ୍ତି ଲୋକେ। କିନ୍ତୁ ଟିକା ମିଳିନି। ଭଡାରେ ବହୁତ ଟଙ୍କା ଖର୍ଚ୍ଚ କରିସାରିଲେଣି ଲୋକେ । ତେଣୁ ପୂର୍ବ ଦିନ ସନ୍ଧ୍ୟା ୪ଟାରୁ ଲାଇନ ଧରି ଯଗି ବସିଛନ୍ତି ଲୋକେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.