ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା: ଆୟକର ବିଭାଗର ରେଡ୍ ପରେ ବ୍ୟବସାୟିକ ଅନୁଷ୍ଠାନରେ ଚାଲିଛି ଚଢାଉ

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ରେଡ୍‌ ରାଜନୀତି । ଆଜି ସକାଳେ ଆୟକର ବିଭାଗ ପକ୍ଷରୁ ପଞ୍ଝା ମାରିଥିଲା । ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍‌ । ଯାହା ପଦ୍ମପୁର ଉପନିର୍ବାଚନ ତାତିକୁ ଆହୁରି ଉଷ୍ଣ କରିଛି । ଜିଏସଟି ଫାଙ୍କିବା ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । ପଦ୍ମପୁରରେ ଏକ ପେଟ୍ରୋଲ ପମ୍ପ, ଲୁଗା ଦୋକାନ ଓ ପାଇକମାଳ, ଝାରବନ୍ଧରେ ବ୍ୟବସାୟିକ ଅନୁଷ୍ଠାନରେ ଚାଲିଛି ରେଡ୍‌ ।

ସେହିପରି ଆଜି ସକାଳେ ପଦ୍ମପୁରରେ ୩ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ପଞ୍ଝା ମାରିଥିଲା ଆୟକର ବିଭାଗ । ହନୁମାନ ପଡ଼ର ମହମ୍ମଦ ସାଜିଦଙ୍କ ୨ଟି ଘର, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀନଗରର ଗଜୁ ଅଗ୍ରଓ୍ଵାଲଙ୍କ ଘରେ ରେଡ୍‌ କରିଥିଲା ଆୟକର ବିଭାଗ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି-ବିଜେପି ଭିତରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି । ପ୍ରଚାର ଲଢ଼େଇ ଭିତରେ ରେଡ୍‌ ରାଜନୀତି ପଦ୍ମପୁର ରାଜନୈତିକ ପାଣିପାଗକୁ ଅଧିକ ଉଷୁମ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.