ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ତାତି ଅନୁଭୂତ

ବୌଦ୍ଧ:   ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ ।  ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ  ।  ଗତ ଦୁଇଦିନ ହେଲା ଜଳୁଛି ଜଙ୍ଗଲ ।  ବ୍ୟାପକ ବୃକ୍ଷ ନଷ୍ଟ ହୋଇଗଲାଣି ।  ଜଙ୍ଗଲରେ ନିଆଁ ଲାଗିବା ହେତୁ ଆଖପାଖ ଅଞ୍ଚଳରେ ତାତି ଅନୁଭୁତ ହେଉଛି। ନିଆଁ ଲିଭା କାର୍ଯ୍ୟରେ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କହିଛନ୍ତି ମାଧପୁର ରେଞ୍ଜ ଅଧିକାରୀ ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।  ଏବେ ଠାରୁ ଜଙ୍ଗଲରେ ନିଆଁର ପ୍ରକୋପ ଦେଖା ଦେଇଛି । ବିଭାଗ ତରଫରୁ ନିଆଁ ଲିଭାଇବା ଲାଗି ଫାୟାର ସ୍କ୍ବାଡ଼,ବନ ବିଭଗ କର୍ମଚାରୀ ନିଆଁକୁ ଲିଭାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ଜମି ଏବଂ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଉଥିବା ବେଳେ ଏହି ନିଆଁ ଜଙ୍ଗଲକୁ ମାଡି ଯାଉଛି । ବନ ବିଭାଗ କର୍ମଚାରୀ, ଫାୟାର ସ୍କ୍ବାଡ ବ୍ଲର ମେସିନଦ୍ୱାରା ନିଆଁକୁ ଦିନ ରାତି ପରିଶ୍ରମ କରି ଆୟତ୍ତ କରୁଥିବା ଦେଖିବାକୁ ମିଳୁଛି ।

ସେପଟେ ରେଢାଖୋଲ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଜଳୁଛି । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ,ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ନିଆଁ ଲାଗିଛି । ଫଳରେ ଜଳିପୋଡ଼ି ପାଉଁଶ ହୋଇଯାଉଛି ଛୋଟବଡ଼ ମୂଲ୍ୟବାନ ଗଛ ।

Also read: ୨ ଦିନ ହେଲା ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ, ବିପଦରେ ପଶୁପକ୍ଷୀ