ଜନ୍ମ ମାଟିରେ ମାଷ୍ଟର୍‌ ସେଫ୍‌ ଅବିନାଶଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭଞ୍ଜନଗର (କେ ନ୍ୟୁଜ୍‌) : ମାଷ୍ଟର ସେଫ୍‌ ଇଣ୍ଡିଆ ସିଜିନ୍‌-୬ରେ ଚାମ୍ପିଅନ୍‌ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକଙ୍କୁ ଜନ୍ମ ମାଟିରେ ବିପୁଳ ସମ୍ବର୍ଦ୍ଧନା । ଗଞ୍ଜାମ ଜିଲ୍ଲା ଆସିକା ନିକଟ କାଳଷଣ୍ଢପୁରରେ ଅବିନାଶଙ୍କ ଘର । ଆଜି ସେ ଗାଁରେ ଆସି ପହଞ୍ଚିବା ପରେ ବିରାଟ ପଟୁଆର କରି ଶୋଭାଯାତ୍ରାରେ ତାଙ୍କୁ ଗାଁ ଲୋକ ବୁଲାଇଥିଲେ । କାରଣ ଅବିନାଶ ଏବେ କେବଳ କାଳଷଣ୍ଢପୁର ନୁହେଁ ସାରା ରାଜ୍ୟର ଗୌରବ ପାଲଟି ଯାଇଛନ୍ତି । ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ମାଷ୍ଟର ସେଫ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଟ୍ରଫି ସହ ଜିତିଛନ୍ତି ପୁରସ୍କାର ।

ABINAS IN VILLAGE-1ଆଜି ସେ ଜନ୍ମ ସ୍ଥାନରେ ପହଞ୍ଚିବା ପରେ ସାରା ଗାଁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲା । ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ସାଧାରଣ ଲୋକ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ନେତା, ବିଶିଷ୍ଟ ବ୍ୟକ୍ତି ସମସ୍ତେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତେ ତାଙ୍କ ସହିତ ସେଲଫି ଉଠାଇବାକୁ ବ୍ୟଗ୍ର ଥିଲେ । ଏଭଳି ବିପୁଳ ସମ୍ବର୍ଦ୍ଧନାରେ ଅବିନାଶ ମଧ୍ୟ ଅଭିଭୂତ ହୋଇ ପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.