କମିଶନରେଟ୍‌ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାୟକ, ବ୍ଲାକମେଲିଂ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍): କମିଶନରେଟ୍‌ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଯୁବତୀ। ଅର୍ଚ୍ଚନା ନାୟକଙ୍କୁ ଗିରଫ କଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ସତ୍ୟବିହାର ଅଞ୍ଚଳରୁ ଗିରଫ କରିଛି କମିସନରେଟ୍‌ ପୋଲିସ। ବ୍ଲାକମେଲିଂ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ।

ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ। ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ । ଗତ ମେ ମାସରେ ଅର୍ଚ୍ଚନା ନାୟକଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.