ବୟାଳିଶ ମୌଜା ବେଆଇନ୍ ବନ୍ଧୁକ କାରଖାନାର ଠାବ ଘଟଣା, ଧରାପଡିଲା ମାଷ୍ଟରମାଇଣ୍ଡ

କଟକ: କଟକ ବୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟରମାଇଣ୍ଡ ଗିରଫ । ଚଗଲା ଖୁଣ୍ଟିଆକୁ ବାନ୍ଧିଲା STF । ଚଗଲା ଖୁଣ୍ଟିଆ ବେପାରୀଙ୍କ ସହ ମିଶି ବିହାର, ଛତିଶଗଡ଼ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ବନ୍ଧୁକ ସପ୍ଲାଏ କରୁଥିଲା । ପୂର୍ବରୁ ଲଟେରୀ କାରବାରରେ ଗିରଫ ହୋଇଥିବା ବେଳେ ଜେଲରେ ବନ୍ଧୁକ ମାଫିଆଙ୍କ ସଂପର୍କରେ ଆସିଥିଲା ଚଗଲା । ଏହାପରେ ବନ୍ଧୁକ ରାକେଟ ସହ ମିଶି ଥିଲା। ଏପରିକି ହ୍ବାଟସ ଆପରେ ବନ୍ଧୁକ ଡିଜାଇନ୍ ଓ ଅନ୍ୟ ତଥ୍ୟ ସେୟାର କରୁଥିଲା । ମାଷ୍ଟରମାଇଣ୍ଡ ଚଗଲାକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ STF ।

ସୂଚନା ଅନୁସାରେ ମାର୍ଚ୍ଚ ୧୩ ତାରିଖରେ କଟକ ବୟାଳିଶମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଚାଲିଥିଲା । ଏ ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେଠାରୁ ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଥିଲା । ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା ଓ ୩୦ରୁ ଅଧିକ ବନ୍ଧୁକ ସହିତ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ମେସିନ ଜବତ କରିଥିଲା ପୋଲିସ ।. ଏହି କରବାରର ଚେର ବାୟାଲିଶ ମୌଜା ଧୂଳେଶ୍ଵରରୁ ପଶ୍ଚିମବଙ୍ଗ ଦେଇ ବିହାରକୁ ଲମ୍ବି ଥିବା ପ୍ରାଥମିକ ଭାବରେ ଜଣାପଡ଼ିଥିଲା । ଏଥିରେ ବ୍ୟବହୃତ ଲୁହା ପ୍ଲେଟକୁ ଘଷି ଗଦା ଭିତରେ ଲୁଚାଇ ରଖାଯାଉଥିଲା । ବନ୍ଧୁକ ପ୍ରସ୍ତୁତ ହେବା ପରେ ଏହାକୁ ନେଇ ଘର ପଛ ପଟ ଏକ ଗାତରେ ପୋତାଯାଇ ରଖାଯାଉଥିଲା । ସୁପାରୀ କିଲରଙ୍କ ଠାରୁ ବଡ଼ ବଡ଼ ଅପରାଧିକ ତତ୍ୱ ଏଠାକୁ ଆସି ଏହି ବନ୍ଧୁକ କିଣି ନେଉଥିଲେ । ସବୁ କିଛି ରାତିର ଅନ୍ଧାରରେ ହେଉଥିଲା । ତେବେ ଦୀର୍ଘ ଦିନ ଧରି ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଣ କରାଯାଉଥିଲା ।

 

ଆହୁରି ପଢ଼ନ୍ତୁ : କାଳବୈଶାଖୀ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ