ଭିଜିଲାନ୍ସ ଜାଲରେ ମାଥିଲି ବିଇଓ କିରାଣୀ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମାଥିଲି ବିଇଓ କିରାଣୀ ରବି ନାରାୟଣ ପାତ୍ର । କାଗଜପତ୍ର କାମ ଲାଗି ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ । ନିଲମ୍ବିତ ହୋଇଥିବା ମାଥିଲି ଶିକ୍ଷକ ସୋମନାଥ ବାଙ୍କିଆଙ୍କ ଠାରୁ ଅର୍ଥ ନେବାବେଳେ ଧରିଲା ଭିଜିଲାନ୍ସ । ରଙ୍ଗବୋଳା ଟଙ୍କା ଜବତ କରିବା ସହ କିରଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।   ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଭିଜିଲାନ୍ସ  ଡିଏସପି ସଦାନନ୍ଦ ପାଣିଗ୍ରାହୀ  ।

You might also like