ରାଜ୍ୟ

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର : ଆଜି ସକାଳ ସାଢେ ୧୦ରେ ମାଟ୍ରିକ ଓ ଅପରାହ୍ନରେ ବାହାରିବ +୨ ରେଜଲ୍ଟ

କଟକ (କେନ୍ୟୁଜ): ଆଜି ମାଟ୍ରିକ ରେଜଲ୍ଟ । ସକାଳ ସାଢେ ୧୦ ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସକାଳ ୯ଟା ୩୦ ରେ ବୋର୍ଡ ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶ ପାଇବ। ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରୁ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ହ୍ଵାଟ୍ସଆପ ନମ୍ବରରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରୁଛି ବୋର୍ଡ। ହ୍ବାଟ୍ସଆପରେ ମଧ୍ୟ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ । ନିଜର whatsapp ରେ ପ୍ରଥମେ 7710058192 ନମ୍ବରକୁ ସେଭ କରନ୍ତୁ। ପରେ ଉକ୍ତ ନମ୍ବରରୁ BSE ଟାଇପ କରି ସେଣ୍ଡ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ ଆସୁଥିବା ବାର୍ତ୍ତାକୁ ଅନୁକରଣ କରି ଡିଜିଟାଲ ସାର୍ଟିଫିକେଟ ପାଇପାରିବେ।

ରିଚେକିଂ ପାଇଁ ବୋର୍ଡ ବ୍ୟବସ୍ଥା ମଧ୍ୟ କରିଛି। ମେ ୨୯ ରୁ ଜୁନ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ। ନିଜର ମୋବାଇଲରୁ ମେସେଜ ଦେଇ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ। ମୋବାଇଲରେ OR10 ପରେ SPACE ଦେଇ ROLL NO ଟାଇପ କରି ୫୬୭୬୭୫୦ କୁ SMS କରି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। ସ୍କୁଲ ପ୍ରଧାନ ଶିକ୍ଷକ ମାନେ ଅପରାହ୍ନ ୧୨ ଟା ୩୦ ରୁ ସ୍କୁଲର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଟାବୁଲେସନ ରେଜଲ୍ଟ ମଧ୍ୟ ଜାଣି ପାରିବେ। ଅପରାହ୍ଣ ୪ଟାରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ । ମେ’ ୨୯ରୁ ଜୁନ୍ ୧୨ ପର୍ଯ୍ୟନ୍ତ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିସହ ମଧ୍ୟମା, ଓପନ ସ୍କୁଲ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷାର୍ଥୀଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ବୋର୍ଡ କାର୍ଯ୍ୟାଳୟରେ ଥିବା ଟୋଲ ଫ୍ରୀ ନମ୍ବର ତଥା 8763446292 ଏବଂ 9437228187କୁ ଯୋଗାଯୋଗ କରିପାରିବେ।

ସେହିପରି ଆଜି ମଧ୍ୟ ପ୍ରକାଶ ପାଇବ ଯୁକ୍ତ୨ ରେଜଲ୍ଟ। ଅପରାହ୍ମରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ବାହାରିବ । www.orissaresults.nic.inରେ ଉପଲବ୍ଧ ହେବ ଫଳାଫଳ । ଏହା ସହିତ ଇ- ସ୍ପେସ୍ ଓ ଡିଜି ଡିଜିଲକର୍ ମାଧ୍ୟମରେ ମଧ୍ୟ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ଲକ୍ଷ ୧୬ ହଜାର୬୨୦, ବାଣିଜ୍ଯ ରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

Barsha

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

26 seconds ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

13 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

22 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

26 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

59 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago