ବଢିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ବର : ବଢିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି । ଫର୍ମ ପୂରଣ ଅବଧି ୧୫କୁ ବୃଦ୍ଧି ପାଇଛି । ଅନଲାଇନ୍ ଫି’ ଡିପୋଜିଟରେ ସମସ୍ୟା ଯୋଗୁଁ ଅବଧି ବୃଦ୍ଧି କରାଯାଇଛି । ଅନଲାଇନ୍ ଦରଖାସ୍ତ ଫି’ ଦାଖଲର ଶେଷ ତାରିଖ ୧୬ ତାରିଖ ରହିଛି । ଅନଲାଇନ୍ ବା ଚେକ୍ ଟ୍ରାନ୍ସଫରରେ ଫି’ ଜମା କରିହେବ । ଏନେଇ କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।