ଆସନ୍ତା ସପ୍ତାହ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଆସନ୍ତା ସପ୍ତାହ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ ପରେ ଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବାତ୍ୟା ଫନି ପାଇଁ ଏଥିରେ କିଛିଟା ବିଳମ୍ବ ଘଟିଛି । ତ୍ରୁଟିଶୂନ୍ୟ ଫଳାଫଳ ପ୍ରକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୭୨ହଜାର ୬୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୮ ତାରିଖ ଯାଏ ପରୀକ୍ଷା ହୋଇଥିଲା ।

ଅନ୍ୟପଟେ ଯୁକ୍ତ ୨ ଖାତା ଦେଖାରେ ବିଳମ୍ବ ହେଉଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ମଧ୍ୟ ବିଳମ୍ବ ହୋଇପାରେ । ବାତ୍ୟା ଫନି ଯୋଗୁଁ ପ୍ରଭାବିତ ହୋଇଛି ଯୁକ୍ତ ଦୁଇ ଖାତାଦେଖା । ଅନଲାଇନ ଖାତା ଦେଖିବା ପାଇଁ ବିଜୁଳି ଓ ଇଣ୍ଟରନେଟ ନଥିବା ଯୋଗୁଁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଖାତା ଦେଖିବା ପାଇଁ ଆସୁନାହାଁନ୍ତି । ଯାହାକି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଚିନ୍ତାର ବିଷୟ ହୋଇଛି । ବିଦ୍ୟୁତ ନଥିବା ଯୋଗୁଁ ଅଫ୍‌ ଲାଇନ ଖାତାଦେଖା ମଧ୍ୟ ପ୍ରଭାବିତ ହୋଇଛି । ଅସହ୍ୟ ଗୁଳୁଗୁଳି ଓ ଖରା ତାତି ଯୋଗୁଁ ମଧ୍ୟ ଖାତାଦେଖା ପ୍ରଭାବିତ ହୋଇଛି । ମୂଲ୍ୟାୟନ କେନ୍ଦ୍ରର ଏଭଳି ସ୍ଥିତି ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ହେବା ନେଇ ଚିନ୍ତା ବଢାଇଦେଇଛି । ମାଟ୍ରିକ ଖାତା ଦେଖାସରିଥିଲେ ମଧ୍ୟ ରେଜଲ୍ଟ ବାହାରିବାରେ ବିଳମ୍ବ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇଦେଇଛି । ସିବିଏସଇ ଦଶମ ଓ ଦ୍ୱାଦଶ,ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବା ବେଳେ ପରୀକ୍ଷା ଫଳ ପ୍ରକାଶନ ନେଇ ଚିନ୍ତାରେ ରାଜ୍ୟର ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.