ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୬ ଯାଏଁ ଚାଲିବ

କଟକ : ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୬ ଯାଏ ପରୀକ୍ଷା ଚାଲିବ । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରଵେଶ କରି ପାରିବେ । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୯୦ ଟି ସ୍କ୍ୱାଡ କରାଯାଇଛି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍କ୍ୱାଡ ମଧ୍ୟ କରାଯାଇଛି ।

ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ୩୦ ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ରହିଛି । ଯେଉଁ ଦିନ ଯେଉଁ ବିଷୟ ପରୀକ୍ଷା ଥିବ ସେଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସାଢ଼େ ୭ ରୁ ସାଢ଼େ ୮ ମଧ୍ୟରେ ପହଞ୍ଚିବ । ୩୧୪ ନୋଡାଲ ସେଣ୍ଟର ଓ ୩୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମ । ଏଠାରୁ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଟିକିନିଖି ଦେଖି ପାରିବେ ବୋର୍ଡ କର୍ତ୍ତୃପକ୍ଷ । ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାର ଉଦ୍ୟମ କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରରେ ଲାଗିଛି ୧୦ ଟି ସିସିଟିଭି କ୍ୟାମେରା । ପ୍ରଶ୍ନପତ୍ରର ଭାଇରାଲ ରୋକିବା ପାଇଁ ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋଡ ଓ ଡାଇନାମିକ କୋଡ ବ୍ୟବସ୍ଥା କରାଯାଇଛି ।

 

 

ଆହୁରି ପଢ଼ନ୍ତୁ : ଋଣ ଜାଲିଆତିର ଖୁଲାସା କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓଡିଶା କଂପାନୀର ୨୭୦ କୋଟି ଋଣ ଜାଲିଆତି