ମେ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ, ଫଳାଫଳ ସହ ମିଳିବ ଡିଜିଟାଲ ପ୍ରମାଣପତ୍ର

ମେ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ । ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ ସଂଗ୍ରହ କରିପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଡିଜିଟାଲ ସାର୍ଟିଫିକେଟ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଛି ।

କଟକ (କେନ୍ୟୁଜ): ମେ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ।  ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ । ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ ସଂଗ୍ରହ କରିପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଡିଜିଟାଲ ସାର୍ଟିଫିକେଟ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଛି ।

ଏଥିରେ ପ୍ରମାଣପତ୍ର କିପରି ଡାଉନଲୋଡ କରାଯିବ, ସେ ବିଷୟରେ ସଚେତନ କରାଯିବା ନେଇ ସୂଚନା ମିଳିଛି ।  ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ ।

Leave A Reply

Your email address will not be published.