ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ।  ଏ ନେଇ  ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବୋର୍ଡ଼ର ୱେବସାଇଟ www.bseodisha.ac.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ  ।  ଏସଏମଏସ କରି ରେଜଲ୍ଟ ମଧ୍ୟ ଜାଣିହେବ  ।  OR10 ଲେଖି ରୋଲ ନମ୍ବର ଦେଇ 5676750 କୁ ମେସେଜ କଲେ ଆସିଯିବ ରେଜଲ୍ଟ  ।  ବୋର୍ଡ଼ ମୁଖ୍ୟାଳୟରେ ଅପରାହ୍ନ ୪ ଟାରେ ପ୍ରକାଶ ପାଇବ ରେଜଲ୍ଟ  ।