ଆଜି ମାଟ୍ରିକ ରେଜଲ୍ଟ, ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ

ଭୁବନେଶ୍ୱର : ଆଜି ମାଟ୍ରିକ ରେଜଲ୍ଟ । ଅପରାହ୍ନ ୪ଟାରେ ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।
ଚଳିତ ବର୍ଷ୫ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର୍ଥୀ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ । ସେଥିରୁ ୫୦ ମାର୍କ ସବଜେକ୍ଟିଭ ଥିବା ବେଳେ ୫୦ ମାର୍କ ଅବଜେକ୍ଚିଭ ଥିଲା । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଏକା ସହିତ ମୂଲ୍ୟାୟନ କରାଯାଇଛି । ତେବେ ଚଳିତ ବର୍ଷ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା ।
ପରୀକ୍ଷା କିପରି ତ୍ରୃଟିଶୂନ୍ୟ ହେବ ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥର 286ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ପିଲା ପରୀକ୍ଷା ଦେଇଥିବା ବେଳେ 314ଟି ନୋଡାଲ ସେଣ୍ଟରର ଭିଡିଓ ଲାଇଭ କରାଯାଇଥିଲା । ଏଆଇ କ୍ୟାମେରା ମାଧ୍ୟମରେ ପରୀକ୍ଷାକୁ ନଜର ରଖାଯାଇଥିଲା । ଏଥିପାଇଁ ବୋର୍ଡ ରୁମରେ କଣ୍ଟ୍ରୋଲ ରୁମ କରାଯାଇଥିଲା । ଏଥର ପରୀକ୍ଷା ତ୍ରୁଟିଶୂନ୍ୟ ହୋଇଥିବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ କହିଥିଲେ ।
ଆହୁରି ପଢ଼ନ୍ତୁ : ଆସିଲା ଶ୍ରମିକ ସାଥୀ ମୋବାଇଲ ଆପ, ୫୦ କୋଟି ସହାୟତା ପ୍ରଦାନ କଲେ ସରକାର