ଚାଲିଛି ମାଟ୍ରିକ ସମେଟିଭ୍-୧ ଟେଷ୍ଟ: ରାଜ୍ୟରେ ମୋଟ୍ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ୍-୧ ପରୀକ୍ଷା । ରାଜ୍ୟରେ ମୋଟ୍ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଚାଲିବ । ଆଜି ପ୍ରଥମ ଦିନରେ ଇଂରାଜୀ ବିଷୟ ପରୀକ୍ଷା ଚାଲିଛି ।
ପ୍ରଶ୍ନପତ୍ର ଯେଭଳି ପ୍ରଘଟ ନହୁଏ ସେଥିପାଇଁ ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏ ଅବଜରଭର୍ଙ୍କୁ ନିୟୋଜିତ କରାଯାଇଛି । କପି ରୋକିବାକୁ ୭୪ ଫ୍ଲାଇଂ ସ୍କ୍ଵାଡ୍ ଓ ୩୬ଟି ସ୍ପେଶାଲ୍ ସ୍କ୍ଵାଡ୍ ଗଠନ କରାଯାଇଛି । ରାଜ୍ୟରେ କରାଯାଇଛି ୩୧୬ ନୋଡାଲ୍ ସେଣ୍ଟର । ୨୨ଟି ଥାନାରେ ହୋଇଛି ନୋଡାଲ୍ ସେଣ୍ଟର ।