ଆସନ୍ତାକାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା, ୫୦ ମାର୍କର ଓଏମଆରସିଟ୍‌ରେ ହେବ ଟେଷ୍ଟ୍

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ବୋର୍ଡ ଢାଞ୍ଚାରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ । ୫୦ ମାର୍କର ଓଏମଆରସିଟ୍‌ରେ ହେବ ପରୀକ୍ଷା। ପ୍ରତି ବିଷୟ ପାଇଁ ମିଳିବ ଏକ ଘଣ୍ଟା ସମୟ । କେବଳ ଗଣିତ ପାଇଁ ଘଣ୍ଟାଏ ୧୫ ମିନିଟ ସମୟ ରହିଛି ।

ଦୁଇଟି ସିଫ୍ଟରେ ହେବ ଆସେସମେଣ୍ଟ ପରୀକ୍ଷା। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । କୋଭିଡ କଟକଣାକୁ ଗୁରୁତ୍ୱ ଦିଆଯିବ । ଭୁବନେଶ୍ୱରର ୩ ନୋଡାଲ ସେଣ୍ଟରର ଷ୍ଟ୍ରଙ୍ଗ ରୁମ୍‌ର କଡ଼ା ସୁରକ୍ଷା ବଳୟରେ ରହିଛି ପ୍ରଶ୍ନପତ୍ର।

ଏପଟେ ଚିନ୍ତା ବଢ଼ାଇଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଆଗକୁ ମାର୍ଚ୍ଚ ମାସରେ ବୋର୍ଡ଼ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଥିପାଇଁ ସମେଟିଭ ଆସେସମେଣ୍ଟ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ଏପ୍ରିଲରେ ସମେଟିଭ୍‌ ୨ ପରୀକ୍ଷା ହେବ । ସମେଟିଭ ପରୀକ୍ଷାକୁ ଛାତ୍ରଛାତ୍ରୀ ବେଶ ଗୁରୁତ୍ୱର ସହ ନେଇ ପ୍ରସ୍ତୁତି କରିଥିବା କହିଛନ୍ତି ।

ବିଗତ ବର୍ଷରେ କରୋନା ପାଇଁ ବୋର୍ଡର୍ ପରୀକ୍ଷା ବାତିଲ ହେବା ପରେ ବର୍ତ୍ତମାନର ପରୀକ୍ଷା ଢାଞ୍ଚା ସାମାନ୍ୟ ଆସ୍ୱସ୍ତି ଆଣିଛି । କିନ୍ତୁ ସମେଟିଭ୍‌ ୧ ପରୀକ୍ଷା ପରେ ସମେଟିଭ୍‌ ୨ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.