ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ବୋର୍ଡ, ୨୩ରୁ ୩୦ ଯାଏଁ ଚାଲିବ

କଟକ(କେନ୍ୟୁଜ୍): ଚଳିତ ଶିକ୍ଷା ବର୍ଷ ପାଇଁ ମ୍ୟାଟ୍ରିକ ପରୀକ୍ଷା। ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ।  ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବୋର୍ଡ ସଭାପତି ରାମାଶିଷ ହାଜରା ଏନେଇ ସୂଚନା ଦେଇଛନ୍ତି। ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା। ମୋଟ ୩୧୬ଟି ନୋଡାଲ ସେଣ୍ଟର ହେବ। ବୋର୍ଡ ୱେବ ସାଇଟରେ ଆଜି ଠାରୁ ଆଡ଼ମିଟ କାର୍ଡ ଅପ ଲୋଡ଼ ହୋଇଛି।

୧୧ ନଭେମ୍ବରରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ୧୦୧୨ଟି ବିଦ୍ୟାଳୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ରାଜ୍ୟର ମୋଟ ୮୯୦୦ ବିଦ୍ୟାଳୟ ପାଇଁ ଏକ ଅଲଗା ଲିଙ୍କ ପ୍ରଦାନ କରିଛି ବୋର୍ଡ। ଏହି ଲିଙ୍କ ଜରିଆରେ ନିଜ ସ୍କୁଲ ପରୀକ୍ଷାର୍ଥୀଙ୍କର ସବିଶେଷ ତଥ୍ୟ ପାଇ ପାରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.