ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ, ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

କଟକ : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଦୁଇଟି ପରୀକ୍ଷା । ରାଜ୍ୟର ମୋଟ ୮୩ ଟି ପରୀକ୍ଷା କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉ ଥିବା ବେଳେ, ୧୨୧ ଟି ପରୀକ୍ଷା କେନ୍ଦ୍ରରେ ୨୪, ୫୨୦ ଜଣ ପରୀକ୍ଷାର୍ଥୀ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଉଛନ୍ତି । କଟକ ସହରରେ ଖାନନଗର ହାଇସ୍କୁଲରେ କରାଯାଇଛି ପରୀକ୍ଷା କେନ୍ଦ୍ର । ପ୍ରତିଦିନ ସକାଳ ୯ ଟା ରୁ ୧୧:୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା କେନ୍ଦ୍ର ଭିତରକୁ ବ୍ୟାଗ, ମୋବାଇଲ ଫୋନ ଆଦି ନେବାକୁ ବାରଣ କରାଯାଇଛି ।